Videos

Laudi Khela: ପୁରୀ ବଡଦାଣ୍ଡରେ ଗୋପାଳ ସମାଜର ପ୍ରାଚୀନ ପରମ୍ପରା ଲଉଡି ଖେଳ

ପୁରୀ ବଡଦାଣ୍ଡରେ ଗୋପାଳ ସମାଜର ପ୍ରାଚୀନ ପରମ୍ପରା ଲଉଡି ଖେଳ। ଦୀର୍ଘ ସାତଶହ ବର୍ଷ ତଳର ଲଉଡି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି କେନ୍ଦ୍ରାପଡା କଳାଙ୍ଗ ଗାଁର ଏହି ସଂପ୍ରଦାୟ। ପ୍ରତିବର୍ଷ ଦଶମୀରୁ ଦଶଦୋଳ ପର୍ଯ୍ୟନ୍ତ ଏହି ନୃତ୍ୟ ପରିବେଷଣ ହୋଇଥାଏ। ବାରେଣୀ ସରିବା ପରେ ଲଉଡି ଖେଳ ଶେଷ ହୁଏ। ତେବେ ଏହି ଲଉଡି ଖେଳ ପାଇଁ ଅଇକେରା ପୂର୍ଣ୍ଣମୀରୁ ବାଡିପୂଜା ଆରମ୍ଭ ହୋଇଥାଏ। ଏକ ମାସ ଧରି ପିଲାମାନଙ୍କୁ ତାଲିମ ଦିଆଯାଏ। ଦେଢଶହ ପରିବାର ଏହି ସାତଶହ ବର୍ଷର ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।

Video Thumbnail
Share
Advertisement
Read More