ପୁଣି ମହାପ୍ରଭୁଙ୍କ ହୁଣ୍ଡି ଅର୍ଥ ଲୁଟ। କିଛି ମାସ ତଳେ ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନବାକ୍ସ ଭାଙ୍ଗି ଲୁଟ ହୋଇଥିବା ବେଳେ ଏବେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି ହୋଇଛି। ଗତ ୭ତାରିଖରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା। ହୁଣ୍ଡି ଅର୍ଥ ଗଣତି କରୁଥିବା ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ଯରତ ପିଅନ ହୁଣ୍ଡି ଅର୍ଥ ଚୋରି କରୁଥିବା ସମୟରେ ଧରାପଡ଼ିଛନ୍ତି । ଘଟଣାର ଛାନବିନ କରୁଛି ଶ୍ରୀମନ୍ଦିର ପ୍ରଶାସନ। ତଦନ୍ତ ପରେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ। ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍ରେ ଟଙ୍କା ଗଣତି ବେଳେ ଏଭଳି ଘଟଣା ଘଟିଛି। ତେବେ ସିସିଟିଭି ଯାଞ୍ଚ କରିବା ସମୟରେ ସଂପୃକ୍ତ ପିଅନ ଚୋରୀ କରୁଥିବାର ଦୃଶ୍ୟ କଏଦ ହୋଇଛି।
More Videos
More Videos
More Videos
More Videos
More Videos