ବନକଲାଗି ନିତିରେ ବିଭ୍ରାଟ ।ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ ।ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନିତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।ମାତ୍ର ନିତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ ୧୧ଟା ୨୫ରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହୋଇଥିଲା ।ଯାହା ଫଳରେ ଦର୍ଶନ ନପାଇ ହନ୍ତସନ୍ତ ହୋଇଥିଲେ ଭକ୍ତ ।ତେବେ ଆଜି ଭୋର ୪ଟାରେ ତରବରିଆ ଭାବେ ପହୁଡ ନୀତି ହେବା ସହ ପ୍ରାୟ ସକାଳ ୬ଟା ୧ରେ ଦ୍ଵାର ଫିଟିଥିଲା । ସକାଳ ୭ଟା ୨୦ରେ ଭକ୍ତମାନଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ଦର୍ଶନ ପ୍ରତୀକ୍ଷାରେ ରହିଥିଲେ ।ସେପଟେ ଗତ ୧୯ ତାରିଖରେ ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ନାଟମଣ୍ଡପ ମରାମତି କାମ ଥିବାରୁ ରାତି ୨ ରୁ ଦ୍ଵାର ଫିଟା ହେବା ସହ ନୀତି ଶୃଙ୍ଖଳିତ ହେବାକୁ ନିଆଯାଇଥିଲା ନିଷ୍ପତ୍ତି ।ଫେବୃଆରୀ ୨୩ ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ନୀତିକୁ ଶ୍ରୁଙ୍ଖଳିତ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେଠାରୁ ନୀତି ଅନିୟମିତତା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
More Videos
More Videos
More Videos
More Videos
More Videos