ଆସନ୍ତା କାଲି ପବିତ୍ର ଭଉଁରୀ ଯାତ୍ରା, ଘୋଷଯାତ୍ରା ଲାଗି ରଥଚକ ଡେରା ନିତି ଅନୁଷ୍ଠିତ ହେବ। ପ୍ରତି ରଥର ଦୁଇଟି ଲେଖାଁଏ ଚକକ ଅଖସହିତ ସଂଯୋଗ ହେବା ପରେ ଚକଡେରା ନିତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ତେବେ ସକାଳଧୂପ ପରେ ମହାପ୍ରଭୁଙ୍କ ନିକଟରୁ ରଥଖଳାକୁ ବିଜେ କରନ୍ତି ଆଜ୍ଞାମାଳ। ତାପରେ ଚକଡେରା ନିତି ଅନୁଷ୍ଠିତ ହେବ। ଭଉଁରୀ ଯାତ୍ରାରେ ମଣିବିମାନରେ ଭୁଦେବୀ ଓ ଶ୍ରୀଦେବୀଙ୍କ ସହ ଶ୍ରୀମଦନମୋହନ , ରାମକୃଷ୍ଣ ପାଲିଙ୍କିରେ ଓ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ପରମ୍ପରା ମୁତାବକ ନରେନ୍ଦ୍ର ପୁଷ୍କରିଣୀରେ ଗୋଟିଏ ଘେରା ଦିନ ଚାପ ପରେ ୨୧ଘେରା ଚାପ ଖେଳିବେ ମହାପ୍ରଭୁ।
More Videos
More Videos
More Videos
More Videos
More Videos