ଗତ ଦୁଇଦିନ ଧରି ଇଂଲଣ୍ଡର ଜଣେ ବିଦେଶୀ ପର୍ଯ୍ଯଟକ ପୁରୀ ସହରରେ ଉନ୍ମତ୍ତ କାଣ୍ଡ ଭିଆଇବା ପରେ ତା ବିରୁଦ୍ଧରେ ସାଂଘାତିକ ଦଫାରେ ରୁଜୁ ହୋଇଛି ମାମଲା। ଏଏସଆଇ କୃପାସିନ୍ଧୁ ମହାନ୍ତିଙ୍କ ଏତଲା ଆଧାରରେ ସିଂହଦ୍ଵାର ଥାନାରେ ୩୭/୨୪ରେ ଏକ ମାମଲା ରୁଜୁ କରି ସଂପୃକ୍ତ ବିଦେଶୀ ପୁଲିସ ଦ୍ୱାରା ଅଟକ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଲାଗିଥିବା ସଂଗୀନ ଦଫା ଗୁଡିକ ହେଉଛି ଭାରତୀୟ ଦଣ୍ଡବିଧି ଆଇନର ୩୪୧,୨୯୪,୩୨୩,୧୮୬,୩୫୩ ଓ ୫୦୬। ଏଥିସହିତ ଶ୍ରୀମନ୍ଦିର ଟେମ୍ପ୍ଲ ଆକ୍ଟ ୩୦ A 5(E) ମଧ୍ୟ ଲଗାଯାଇଛି। ବିଦେଶୀ ଯୁବକଙ୍କ ସମ୍ପର୍କରେ ଖୋଳତାଡ କରୁଛି ପୁରୀ ପୁଲିସ। ସେପଟେ ବିଦେଶୀ ପର୍ଯ୍ଯଟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ତାଙ୍କ ଆମ୍ବାସୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଏସପି। ତେବେ ୟୁକେ ର ଏହି ପର୍ଯ୍ଯଟକଙ୍କ ନାମ ହେଉଛି ଥୋମାସ କ୍ରଜ ସେଲଡନ। ସେ ଗତ ୩୦ତାରିଖ ଦିନ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ନିଶା ଖାଇ ସାଧାରଣ ପର୍ଯ୍ଯଟକଙ୍କ ମଧ୍ୟରେ ଆତଙ୍କ ରାଜ ସୃଷ୍ଟି କରିଥିଲା।
More Videos
More Videos
More Videos
More Videos
More Videos