Videos

Liquor Case: ପାଗଳ କରିଛି ମଦ ନିଶା, ରାସ୍ତାରେ ଗାମୁଛା ପକେଇ ଶୋଷିପକାଇଲେ ମଦ

Liquor Case: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ର ଅଧିକାରୀମାନେ ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଷ୍ଟୋରରେ ଅବକାରୀ ବିଭାଗ ର ଅଧିକାରୀମାନେ ଅଚାନକ ଚଢ଼ାଉ କରି ଏହି ନକଲି ମଦ ଜବତ କରିଥିଲେ। ପୂର୍ବରୁ ବିଭାଗୀୟ ଅଧିକାରୀମାନେ କିଛି ନମୁନା ସଂଗ୍ରହ କରି ଜାଣିବାକୁ ପାଇଥିଲେ ଯେ ମଦ ବୋତଲ, ହୋଲୋଗ୍ରାମ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର କ୍ୟାପ୍ ମୂଳ ବ୍ରାଣ୍ଡ୍ ଠାରୁ ଭିନ୍ନ। ତେବେ ବହୁଳ ପରିମାଣର ବୋତଲ ଜବତ କରାଯାଇ ଏହାକୁ ଡ୍ରୋଜର ଚଢାଇ ନଷ୍ଟ କରାଯାଇଥିଲା। ତେବେ ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ମଦକୁ ଗାମୁଛା ପକେଇ ପିଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement
Read More