Videos

Arpana Chaula: ୧୦ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଅର୍ପଣ ଚାଉଳରେ ଲାଗିଛି ପୋକ

୧୦ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ ଅର୍ପଣ ଚାଉଳରେ ଲାଗିଛି ପୋକ।ମହାପ୍ରଭୁଙ୍କ ଭୋଗ ଲାଗିବା ପାଇଁ ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ । ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ପରାମର୍ଶ ଦେଇଛନି ସୁଆର ମହାସୁଆର ନିଯୋଗ । ଗତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ରାଜ୍ୟରୁ ଗାଁ ଗାଁ ଦୁଆର ଦୁଆର ବୁଲି ଚାଉଳ ଆଣିଥିଲେ ରାଜ୍ୟ ସରକାର ।ମହାପ୍ରଭୁଙ୍କ କାମରେ ଲାଗିବ କହି ତାକୁ ଏଠି ସେଠୀ ପକାଇ ରଖିଥିଲେ ।ତେବେ ବିଭିନ୍ନ ଆଡୁ ବିରୋଧ ପରେ ତାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଦାୟିତ୍ଵକୁ ଆଣିବା ସହ ଭକ୍ତଙ୍କୁ କାନିକା ଖେଚୁଡ଼ି କରି ବାଣ୍ଟିବା ପାଇଁ ଦାୟିତ୍ଵ ନେଇଥିଲା ସୁଆର ମହାସୁଆର ନିଯୋଗ ।ବାରମିଶା ଚାଉଳ ଯୋଗୁଁ ସେତେବେଳେ ଦେଖା ଦେଇଥିଲା ବିବାଦ ।ସେତେବେଳେ ୧୪ ହଜାର କୁଇଣ୍ଟଲରୁ ୪ ହଜାର କୁଇଣ୍ଟାଲ ଚାଉଳ ନିଜ ଜିମାରେ ନେଇଥିଲା ନିଯୋଗ ।ତେବେ ଦୀର୍ଘ ୪ ମାସ ରୁ ଅଧିକ ସମୟ ରେ ଅଢେଇ ରୁ ୩ ହଜାର କୁଇଣ୍ଟାଲ୍ ଚାଉଳ ଖର୍ଚ୍ଚ ହୋଇ ଶ୍ରଦ୍ଧାଳୁ ଙ୍କୁ ଖେଚୁଡ଼ି କାନିକା ବଣ୍ଟା ଯାଇଥିବା ବେଳେ ବଳକା ଚାଉଳ ଗୁଡିକରେ ପୋକ ଲାଗିଛି ।

Video Thumbnail
Share
Advertisement
Read More