Videos

Puri Temple: ରେଜଲ୍ଟ ଘୋଷଣା ପରେ ପୁରୀରେ ନବନିର୍ବାଚିତ ବିଧାୟକଙ୍କ ଗହଳି

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୁରୀରେ ନବନିର୍ବାଚିତ ବିଧାୟକ ମାନଙ୍କ ଗହଳି। ବିଧାୟକ ମାନେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହେଉଛନ୍ତି। ଆଜି ନବନିର୍ବାଚିତ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡା , ନୟାଗଡର ବିଜେଡି ବିଧାୟକ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ତେବେ ନିର୍ବାଚନରେ ଭାରତ ଶାସନର ଦାୟିତ୍ୱ ପୁନର୍ବାର ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି। ସେପଟେ ଏଥର ବିଜେପିକୁ ଓଡିଶା ଶାସନ କରିବାର ସୁଯୋଗ ଦେଇଛନ୍ତି। ଓଡିଶାକୁ ୧ନମ୍ବର ରାଜ୍ୟ କରାଯିବ। ଆସନ୍ତା ୧୦ରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ। ମହାପ୍ରଭୁଙ୍କ ଆଶିର୍ବାଦରୁ ଏଥର ନୂଆ ବିଧାୟୀକା ହେବାର ସୁଯୋଗ ପାଇଛି ବୋଲି କହିଛନ୍ତି ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡା।

Video Thumbnail
Share
Advertisement
Read More