No Short dress in srimandir:ଆସନ୍ତା ନୂଆବର୍ଷରେ ପୁରୀରେ ଅନେକ କିଛି ନୂଆ ହେବାକୁ ଯାଉଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଶେଷ କରି ନୂଆବର୍ଷରୁ ଲାଗୁ କରିବାକୁ ତାଗିଦ କରିଛନ୍ତି। ସୋମବାର ଶ୍ରୀମନ୍ଦିର ପକ୍ଷରୁ ଭକ୍ତଙ୍କ ଲାଗି ଡ୍ରେସ୍ କୋଡ୍ ବ୍ୟବସ୍ଥା କରାଯାଇଛି। ମନ ଇଚ୍ଛା ପୋଷାକ ବଦଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବାୟତ ଆପଣଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ।
More Videos
More Videos
More Videos
More Videos
More Videos