Ollywood: ଆଜି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ଅନନ୍ତା ହେବା ଏତେ ସହଜ ନଥିଲା, ଅନେକ କଥା ଶିଖିବାକୁ ପଡିଲା। ଆଉ ତା ଭିତରେ ସବୁଠୁ ଖୁସି ଲାଗିଥିଲା ଯେତେବେଳେ ମତେ ଗୋଟେ ସିନ୍ (ଗୋଟେ ବୃଦ୍ଧ ଗରିବ ଚାଷୀକୁ ସାହାଯ୍ୟ) ପାଇଁ ଲଙ୍ଗଳ ଧରି ହଳ କରିବାର ଥିଲା। ଶୁଟିଂର ତିନିଦିନ ଆଗରୁ ମୁଁ ଆନ୍ତରିକତାର ସହ ହଳ କରିବା ଶିଖିବାକୁ ଚାହିଁଲି, କାରଣ ସିନ୍ ରେ ମୁଁ ଜଣେ ପ୍ରକୃତ ଚାଷୀ ଭଳି ଦେଖାଯିବାକୁ ଚାହୁଁଥିଲି। ଆମ ନିର୍ଦ୍ଦେଶକ ମଧ୍ୟ ମତେ ତିନି ଦିନ ଶୁଟିଂ ମଧ୍ୟାହ୍ନ ବିରତି ସମୟରେ ବିଲକୁ ଯିବାପାଇଁ ଛାଡିବା ସହ ଜୁଟେଇ ଦେଲେ ଜଣେ ପୋଖତ ଚାଷୀଙ୍କ ସହ। କହିପାରିବିନି କେତେ ଖୁସି ଲାଗୁଥିଲା ଶିଖିଲା ବେଳେ। ଚାଷ ପୂର୍ବରୁ ଓ ପରେ ଲଙ୍ଗଳକୁ ମୁଣ୍ଡିଆ ମାରିବା ସମୟରେ ଲାଗୁଥିଲା ମୁଁ ସତରେ ଗୋଟେ ଚାଷୀ ଓ ଏଇ ଲଙ୍ଗଳ ଧରିବା ବୋଧେ ଭାଗ୍ୟରେ ଥିଲେ ମିଳେ । ଜାଣି ପାରିଲି ଏହା କେତେ କଷ୍ଟ ଓ ଆମେ ଯେଉଁ ଖାଦ୍ୟ ଖାଉଛେ ତା ପଛରେ ଚାଷୀଙ୍କ କେତେ ପରିଶ୍ରମ ଅଛି। ଦୁଇ ରାଉଣ୍ଡ ହଳ ବୁଲେଇବା ଜିମ୍ ରେ ଚାରି ଘଣ୍ଟା ଟ୍ରେଡ଼ ମିଲ୍ ରେ ଦୌଡ଼ିବା ସାଙ୍ଗେ ସମାନ। ପ୍ରକୃତରେ ଅନନ୍ତା ସିନେମା ମତେ ଗାଁ ଓ ଗାଁର ପରିଶ୍ରମୀ ଲୋକଙ୍କୁ ଅତି ନିକଟରୁ ବୁଝିବାକୁ ସୁଯୋଗ ଦେଇଛି। ଆପଣଙ୍କୁ ଅନୁରୋଧ ନିଶ୍ଚୟ ପରିବାର ସହ ଅନନ୍ତା ଦେଖିବେ ଓ ଯେତେବେଳେ ଏଇ ସିନ୍ ଆସିବ... ସବୁ ଚାଷୀ ଭାଇଙ୍କ ପାଇଁ ଗୋଟେ ତାଳି ମାରିଦେବେ। ଜୟ କିଷାନ
More Videos
More Videos
More Videos
More Videos
More Videos