ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ -ପିତାମ୍ବର ଆଚାର୍ଯ୍ୟ|ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କଲା ବିଜେପି |ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ସମ୍ବଲପୁରବାସୀଙ୍କ ପ୍ରତି ବଡ଼ ଅପମାନ|ସତ୍ୟପାଠରେ ପ୍ରଣବ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି|୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି |ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା, ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି, ଏହା ଭାଇଟାଲ ଡିଫେକ୍ଟ| ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସମ୍ବଲପୁର ପରି ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସେ କହିଛନ୍ତି ଯେ ଆମେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଲୁ ।
More Videos
More Videos
More Videos
More Videos
More Videos