Videos

Malkangiri Airport: ସ୍ୱାଭିମାନୀ ଅଞ୍ଚଳ ଆକାଶରେ ଉଡ଼ିଲା ବିମାନ

ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂରଣ ହେଲା ଆଦିବାସୀଙ୍କ ଦିର୍ଘ ଦିନର ସ୍ବପ୍ନ। ମାଲକାନଗିରି ଆକାଶରେ ଉଡ଼ିଲା ବିମାନ। କାରଣ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ '୫-ଟି' ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି। ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ନିର୍ମାଣ ହୋଇଛି। ଆଉ ଏହି ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ବହନ କରିଛନ୍ତି ରାଜ୍ୟ ସରକାର। ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦର ଦୈର୍ଘ୍ୟ ୧ ହଜାର ୬୨୦ ମିଟର ଥିବା ବେଳେ ୩୦ ମିଟର ରହିଛି ରନଓ୍ବେର ପ୍ରସ୍ତ। କେବଳ ସେତିକି ନୁହେଁ, ଆବଶ୍ୟକ ପଡିଲେ ଏହାକୁ ୩ କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ଏହି ବିମାନ ବନ୍ଦରରରେ ମଧ୍ୟମ ବର୍ଗର ଉଡାଜାହାଜ ବି ଅବତରଣ କରିପାରିବାର ସୁବିଧା ରହିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More