Weather Report: ମାଘ ଯାଉ ଯାଉ ମାଡ଼ି ଆସିଲାଣି ତାତି। ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ। ଉପକୂଳରେ ଉପରମୁହାଁ ପାରଦ। ଆଜିଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବର। ଗତକାଲି ୩୫.୯ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।
More Videos
More Videos
More Videos
More Videos
More Videos