Videos

Video: ନୂଆ ସରପ୍ରାଇଜ୍ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶୁଣନ୍ତୁ କ'ଣ କହିଲେ...

Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ନିଜ ନୂଆ ସିନେମା ୱାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଜି ସୋସିଆଲ ମଡିଆରେ ବର୍ଷା ସୂଚନା ଦେଇ କହିଛନ୍ତି ଯେ, ଖୁବଶୀଘ୍ର ବାଙ୍ଗଲୋରରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ୱାଇଫ୍ । ଫେବ୍ରୁଆରୀ ୧୬ ତାରିଖରେ ମୁଁ ଆସୁଛି ବାଙ୍ଗଲୋର। ସେଠାରେ ଥିବା ଓଡ଼ିଆ ଭାଇ-ଭଉଣୀଙ୍କ ଉପସ୍ଥିତିରେ ୱାଇଫ୍ ର ରିଲିଜ୍ ତାରିଖ ଘୋଷଣା କରିବି। ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍(କେବିଏଫ୍) ର ସହଯୋଗରେ ରିଲିଜ୍ ହେବ ୱାଇଫ୍। ୱାଇଫ୍ ଆଗାମୀ ଦିନରେ ଓଡ଼ିଶା ବାହାରେ ମୁକ୍ତିଲାଭ କରିବାକୁ ଯାଉଛି । ୱାଇଫ୍ ଫିଲ୍ମକୁ ଆଉ ପୁରା ଟିମ୍ କୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ମୁଁ କୃତଜ୍ଞ। ବାଙ୍ଗଲୋରରେ ଦେଖା ହେବ ୧୬ ରେ। ଜୟ ଜଗନ୍ନାଥ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More