Videos

Sand Art: ପବିତ୍ର ମହାଶିବରାତ୍ରୀ ଅବସରରେ ନୀଳାଦ୍ରି ବେଳାଭୂମିରେ ୫ଫୁଟ ଉଚ୍ଚର ବାଲୁକାକଳା

ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ନୀଳାଦ୍ରି ବେଳାଭୂମିରେ ପ୍ରଦର୍ଶିତ ହୋଇଛି ୫ଫୁଟ ଉଚ୍ଚର ଶିବଲିଙ୍ଗ। ଏହି ବାଲୁକାକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାଞ୍ଚଶହଟି କ୍ଷୁଦ୍ରାକୃତୀର ଶିବଲିଙ୍ଗ ବ୍ଯବହାର କରି ଗଢିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ। ଆଉ ଏହି ଆକର୍ଷଣୀୟ ବାଲୁକାକୃତି ଜରିଆରେ " Praying for peace,Omm Nanah Shivaya"ର ବାର୍ତ୍ତା ଦେଇଛନ୍ତି। ତେବେ ୪ଟନ ବାଲି ବ୍ଯବହାର କରି ଏହି ବାଲୁକାକୃତିଟିକୁ ଗଢିଛନ୍ତି ସୁଦର୍ଶନ। ତେବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବେ ସୁଦ୍ଧା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ ୬୫ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସମ୍ମାର ଅଧିକାରୀ ହୋଇପାରିଛନ୍ତି।

Video Thumbnail
Share
Advertisement
Read More