Videos

Jagannath Express Bus Fare: ପୁରୀ ଯିବାକୁ ହେଲେ ଦେବାକୁ ପଡ଼ିବ କେତେ ଟଙ୍କା?

Jagannath Express Bus Fare: ପରିବହନ ସେବାକୁ ଅଧିକ ସୁଦୃଢ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସୁନ୍ଦର ପଦକ୍ଷେପ ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଇଛି। ଗତକାଲି ଅର୍ଥାତ୍ ଜାନୁଆରୀ ୧୮ ତାରିଖରେ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଲୋକେସନ ଆକ୍ସେସିବଲ୍ ମଲ୍ଟି-ମୋଡାଲ୍ ଇନିସିଏଟିଭ୍ (LAccMI) ଅଧୀନରେ ପରିଚାଳିତ ଜଗନ୍ନାଥ ଏକ୍ସପ୍ରେସ ବସ୍ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଯାତାୟତ କରିବ। ପୁରୀକୁ ଗଡୁଥିବା ଜଗନ୍ନାଥ ଏକ୍ସପ୍ରେସ ବ୍ୟବହାର କରୁଥିବା ମହିଳାଙ୍କ ଟିକେଟ୍ ମୂଲ୍ୟରେ ୫୦ ପ୍ରତିଶତ ରିହାତି ଦିଆଯିବ। LAccMI ବସ୍ ସେବା ବ୍ୟବହାର କରୁଥିବା ମହିଳାଙ୍କ ପାଇଁ ଟିକେଟର ମୂଲ୍ୟ ରହିଛି ମାତ୍ର ୫ ଟଙ୍କା, ଏହା ସେମାନଙ୍କୁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଶ୍ରୀକ୍ଷେତ୍ରକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ ବସ୍ । ତେଣୁ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ ଗଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସବୁ ଜିଲ୍ଲାରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଏହି ବସ୍ । ସେହି ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ । ଅନ୍ୟପଟେ ରାଜ୍ୟର ୩୦ ଜିଲ୍ଲାରୁ ଗଡିବ ୮୦ଟି ସୁପର ପ୍ରିମିୟମ ବସ । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 'ରାଜ୍ୟବାସୀଙ୍କୁ ପୁରୀ ଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି । ଜନସାଧାରଣ ଏହାର ସୁଯୋଗ ନିଅନ୍ତୁ । ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ରେ ଲୋକାର୍ପଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି । ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ ସେବା ଆରମ୍ଭ ହେଲା । ଜନସାଧାରଣ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ।"

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More