ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଶାନ୍ତ କୁମାର ମୁଦୁଲି ।ସାଧାରଣ ନିର୍ବାଚନକୁ ଆଉ କମ ଦିନ ଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହିତ ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
More Videos
More Videos
More Videos
More Videos
More Videos