ଦିବ୍ଯ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ଲାଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଧାରିତ ସମୟ ସକାଳ ପ୍ରାୟ ୭ଟା ୧୪ ମିନିଟରେ କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କ କାର୍କେଟ ଶ୍ରୀମନ୍ଦିର ନିକଟରେ ଲାଗିଥିଲା। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଦଳିଅ ନେତା ଓ ମନ୍ତ୍ରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସହ ସ୍ୱାଗତ କରିଥିଲେ। ପ୍ରଥମେ ଅରୁଣସ୍ତମ୍ବ ନିକଟରେ ମୁଣ୍ଡିଆ ମାରିବା ପରେ ଶ୍ରୀମନ୍ଦିରକୁ ସିଂହଦ୍ଵାର ବାଇଶିପାହାଚ ଦେଇ ପାଛୋଟି ନେଇଥିଲେ। ସେତେବେଳେ ମହାପ୍ରଭୁଙ୍କର ମଙ୍ଗଳାଳତୀ ସରିଥାଏ। ବଡସିଂହାର ବେଶରେ ସଜେଇ ହୋଇ ରତ୍ନବେଦୀରେ ବିରାଜମାନ କରିଥାନ୍ତି ମହାବାହୁ। ପ୍ରଥମେ ଗର୍ଭଗୃହରେ ରତ୍ନବେଦୀରେ ବିରାଜିତ ତିନି ଠାକୁରଙ୍କ ନିକଟରେ ଦକ୍ଷିଣା ଦେଇ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ। ସାଙ୍ଗରେ ଥିଲେ ତାଙ୍କର କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକର। ତାପରେ ବିମଳା ମନ୍ଦିର ଓ ପରେ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।ମହାପ୍ରଭୁଙ୍କ ନିକଟରେ ଦେଶର କଲ୍ଯାଣ ପାଇଁ ଶୁଭମନାସିଲେ ପ୍ରଧାନମନ୍ତ୍ରୀ। ପ୍ରାୟ ୩୦ମିନିଟ ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରିବା ପରେ କୌଳିକ ପଣ୍ଡାଙ୍କ ରେଜିଷ୍ଟରରେ ଦସ୍ତଖତ କରିଥିଲେ ମୋଦି। ତେବେ ଦର୍ଶନ ସାରି ଫେରିବା ପରେ ଅପେକ୍ଷା ରତ ଭକ୍ତ, ଦର୍ଶନାର୍ଥୀ ଓ ଦଳୀଅ କର୍ମୀଙ୍କୁ ହାତ ଦେଖାଇ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ।
More Videos
More Videos
More Videos
More Videos
More Videos