Sevayat Attack: ପୁଣି ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦାଦାଗିରି ଦେଖାଇଲେ ସେବାୟତ। କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ନିର୍ଦ୍ଧିଷ୍ଟ ସେବାୟତ। ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି। ପ୍ରାୟ ୨୦ ରୁ ଉର୍ଦ୍ଧ ସେବାୟତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି। ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଜଣେ ମହିଳା ସାମ୍ବାଦିକା ସହ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କୁ କିଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି।
Also Read: Odisha District Court Peon: ବାହାରିଲା ସରକାରୀ ନିଯୁକ୍ତି, ବିନା ପରୀକ୍ଷାରେ ଚାକିରି...ଶୀଘ୍ର କରନ୍ତୁ ଆବେଦନ
Also See Video: Ram Navami 2025: ରାମ ନବମୀରେ ରାମଲଲାଙ୍କ ଉପରେ ପଡିଲା ସୂର୍ଯ୍ୟ ତିଳକ, ଦେଖନ୍ତୁ ଭିଡିଓ