ବିଦେଶୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଅସହାୟତାର ସୁଯୋଗ ନେଇ କରୁଛନ୍ତି ଲୁଟ୍ପାଟ୍। ବଳିଆପଣ୍ଡା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ତିନିମାସ ଧରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଆସିଥିବା ଜନୈକ ନେଦରଲ୍ୟାଣ୍ଡ୍ ପର୍ଯ୍ୟଟକଙ୍କଠାରୁ ଜନୈକ କାର ଡ୍ରାଇଭର୍ ସର୍ବସ୍ବ ଲୁଟି ନେଇଛନ୍ତି। ବିଦେଶୀ ପର୍ଯ୍ଯଟକ ହେଲେ ଆନ୍ଥୋନି ଭ୍ୟାନ ଅର୍କେଲ। ନେଦରଲ୍ୟାଣ୍ଡ ଫେରିବାକୁ ଫ୍ଲାଇଟ ଟିକେଟ ଓ ଭିସା ଥିବା ସତ୍ତ୍ୱେ ପାଖରେ ଟଙ୍କା ନ ଥିବାରୁ ଘରକୁ ଫେରିପାରୁନାହାଁନ୍ତି ଏହି ୭୨ ବର୍ଷୀୟ ବିଦେଶୀ ପର୍ଯ୍ୟଟକ। ଥାନାର ଆଶ୍ରୟ ନେଇଛନ୍ତି। ସେପଟେ ବିଦେଶୀ ପର୍ଯ୍ଯଟକଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଆମ୍ବାସୀଙ୍କ ସହ ଆଲୋଚନା ହେଉଛି। ସଂପୃକ୍ତ ଡ୍ରାଇଭରର କାର୍ ଜବତ ହୋଇଛି। ଖୁବଶୀଘ୍ର ଗିରଫ ହେବେ ବୋଲି କହିଛନ୍ତି ଏସପି।
More Videos
More Videos
More Videos
More Videos
More Videos