Raja Queen 2025: କେନ୍ଦୁଝର ଝିଅ ହେଲେ ରଜ କୁଇନ୍ । ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଆଣିଲେ ଗୌରବ । ଧରଣୀଧର ବିଶ୍ଵ ବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଛାତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତ ଏକ ଘରୋଇ ଟିଭି ତରଫରୁ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଏବର୍ଷର "ରଜ କୁଇନ୍" ମୁକୁଟ ପିନ୍ଧିଛନ୍ତି । ଚମ୍ପୁଆ ବ୍ଲକ ଜଡ଼ିପଦା ଗାଁର ବାପା ରସିକଲାଲ ଓ ମା ଦିପ୍ତିରାଣୀ ଙ୍କ ଝିଅ ସ୍ଵର୍ଣ୍ଣପ୍ରଭାଙ୍କର ପିଲାଟି ବେଳୁ ନୃତ୍ୟ ପ୍ରତି ଥିଲା ଆଗ୍ରହ । ଝିଅର ଆଗ୍ରହ ଦେଖି ପିତା, ମାତା ଝିଅକୁ ନୃତ୍ୟଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ । ରଜ କୁଇନ୍ ମୁକୁଟ ପିନ୍ଧିବା ପରେ ସ୍ଵର୍ଣ୍ଣପ୍ରଭାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।