Videos

Road accident: ଟାୟାର ଫାଟିବାରୁ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଲା ବସ୍, ୮ ଜଣଙ୍କ ମୃତ୍ୟୁ, ୬ ଆହତ

Rajasthan Road accident: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ଆଜମେର ରାଜପଥର ମୋଖମପୁରା ଅଞ୍ଚଳରେ ଏକ ରୋଡୱେଜ୍ ବସ୍ ଟାୟାର ଫାଟିଯାଇଥିଲା, ଯାହା ଫଳରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଗୁରୁବାର ଦିନ ଅପରାହ୍ନ ପ୍ରାୟ ୩:୪୫ ସମୟରେ ଘଟିଥିଲା।

ରୋଡୱେଜ୍ ବସ୍‌ଟି ଜୟପୁରରୁ ଆଜମେର ଯାଉଥିବା ବେଳେ ହଠାତ୍ ବସ୍‌ର ଟାୟାର ଫାଟିଯାଥିଲା। ଟାୟାର ଫାଟିବା ପରେ, ବସ୍ ଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।  ୮ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Rajasthan Road accident: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ଆଜମେର ରାଜପଥର ମୋଖମପୁରା ଅଞ୍ଚଳରେ ଏକ ରୋଡୱେଜ୍ ବସ୍ ଟାୟାର ଫାଟିଯାଇଥିଲା, ଯାହା ଫଳରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଗୁରୁବାର ଦିନ ଅପରାହ୍ନ ପ୍ରାୟ ୩:୪୫ ସମୟରେ ଘଟିଥିଲା।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More