Videos

Puri Ratha Yatra: ପବିତ୍ର ଅକ୍ଷୟ ତୃତୀୟାରେ ହେବ ରଥନିର୍ମାଣ ଅନୁକୂଳ, ପର୍ଯ୍ୟାୟ କ୍ରମେ ପହଞ୍ଚୁଛି କାଠ

ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି। ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ ତୁମ୍ଭ,ଗୟଳ ଓ ୧୬୮ ଟି ପହି ନିର୍ମାଣ ହୋଇଥାଏ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More