Videos

Ratha Khala: ଚଳଚଞ୍ଚଳ ରଥଖଳା, ଭଉଁରୀରେ ଚକଡେରା ନିତି ପାଇଁ ଚାଲିଛି ପ୍ରସ୍ତୁତି

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ। ଷୋଳଦିନରେ ପହଞ୍ଚିଛି ରଥ ନିର୍ମାଣ। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ଵକର୍ମା ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଆସନ୍ତା ବୁଧବାର ଶ୍ରୀକ୍ଷେତ୍ର ଭଉଁରି ତିଥିରେ ଚକାଡେରା ନୀତି ପାଳିତ ହେବ। ଏଣୁ ତାଳଧ୍ଵଜ ରଥର ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଓ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିଏର ଅରସାଲ ଶେଷ ହୋଇ ପଇ ବିନ୍ଧ ଚାଲୁରହିଛି। ଏହା ଶେଷ ହେବା ପରେ ପଞ୍ଚମ ଚକରେ ପଇ ସଂଯୋଗ ହେବା ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି। ଏହି ଓରା ଚାରି ନାହାକା ଉପରେ ସଂଯୋଗ ହେବା ପରେ ରଥର ପ୍ରଥମ ଭୂଇଁ ଉଠିବା ଦର୍ପଦଳନ ରଥର ଚାରିଟି ନାହାକା ଚକ ମଧ୍ୟରୁ ତିନିଟି ନାହାକା ଚକର ନିର୍ମାଣ ଶେଷ ହୋଇଛି ଚତୁର୍ଥ ନାହାକା ଚକର ପଇ କଳସା କାର୍ଯ୍ୟ ଜାରି ରହିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More