ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ତେବେ ଆଜି ରଥଖଳା ବେଶ୍ ଚଳଚଞ୍ଚଳ ହୋଇଛି। ତିନିରଥର ତିନି ମୁଖ୍ୟ ମହାରଣା ଉପସ୍ଥିତ ରହି ରଥନିର୍ମାଣ କାର୍ଯ୍ଯକୁ ଯଥାବିଧି ଅନୁସାରେ ତ୍ୱରାନ୍ୱିତ କରିଛନ୍ତି। ଅକ୍ଷୟ ତୃତୀୟା ପରଦିନ ଅର୍ଥାତ ଆଜି ପ୍ରଥମ ଦିନରେ ପରମ୍ପରା ମୁତାବକ ଚକରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କରତିଆ ସେବକ ମାନେ ଫାସିକାଠ କାଟି ଗଡ କରୁଛନ୍ତି। ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ତୁମ୍ଭ ନିର୍ମାଣ ପାଇଁ ଗୋଟିଏ କାଠଗଡି ଦିଆଯାଇଛି। ତାପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ତୁମ୍ଭ ପାଇଁ ଗୋଟିଏ ଗଡି ଦେଇଛନ୍ତି କରତିଆ ସେବକ। ତେବେ ଏହିଭଳି ୪୨ଟି ତୁମ୍ଭ ନିର୍ମାଣ କରାଯିବ। ପ୍ରଥମେ ଏହି ତୁମ୍ଭ କାଠକୁ ଗୋଲେଇ କରାଯିବ ଓ ତାପରେ ସୂତା ମରାଯାଇ ବିନ୍ଧ କରାଯିବ।
More Videos
More Videos
More Videos
More Videos
More Videos