ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ । ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକ ମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କଶ୍ରୀକ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ । ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି ।ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର ।କୋଠସୁଆଁସିଆ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା । ସେପଟେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ । ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଦେବୀ ଭୂବନେଶ୍ୱରୀଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ
More Videos
More Videos
More Videos
More Videos
More Videos