Maha Kumbha Video: ଆରମ୍ଭ ହୋଇଯାଇଛି କୁମ୍ଭମେଳା । ଲକ୍ଷ ଲକ୍ଷ ଭକ୍ତ ଏବଂ ସାଧୁଙ୍କ ମହାସଙ୍ଗମ ଘଟିଛି ଉତ୍ତର ପ୍ରଦେଶର ପବିତ୍ର ସ୍ଥାନ ପ୍ରୟାଗରାଜରେ । ଏହି ମେଳାରୁ ବାଦ୍ ପଡ଼ି ନ ଥିବାବେଳେ ଦେଶର କୋଣ ଅନୁକୋଣରୁ ବହୁ ବାବା ଏଥିରେ ସାମିଲ ହୋଇଛନ୍ତି । ଏଭିତରେ ଏକ୍ସରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏ ଭିଡିଓକୁ ଯେ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଜଣେ ସାଧୁ ବାବାଙ୍କୁ ରିପୋର୍ଟର ବା ସାମ୍ବାଦିକ କିଛି ପଚାରିଦେବାରୁ ରାଗିଯାଇଥିଲେ ଆଉ କରିଥିଲେ ଏମିତି କିଛି କାମ ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।