ପବିତ୍ର ଶ୍ରାବଣମାସ ପ୍ରଥମ ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୨୦ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଲାଗିଛି। ଗତକାଲି ରବିବାର ମଧ୍ଯରାତ୍ରରୁ ଏପ୍ରଯ୍ଯନ୍ତ କାଉଡିଆମାନେ ମଣିବାବାଙ୍କ ଉପରେ ଜଳଲାଗି କରୁଛନ୍ତି। କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ତାହାସହ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ସହ ସ୍ଥଳପଥ ଓ ଡଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ସେହିପରି ଜଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।
More Videos
More Videos
More Videos
More Videos
More Videos