Videos

Seasonal Bird Count: କୁଜଙ୍ଗ ବନଖଣ୍ଡରେ ଚଳିତବର୍ଷ ର ବିଦେଶାଗତ ପକ୍ଷୀଗଣନା ଆରମ୍ଭ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନଖଣ୍ଡ ରେ ଚଳିତବର୍ଷ ର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ଜିଲ୍ଲାର ୫ ଟି ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଥିବା ବେଳେ ସବୁଠୁ ଅଧିକ ପକ୍ଷୀ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ସକାଳୁ ଘନ କୁହୁଡି ହୋଇଥିଲେ ମଧ୍ୟ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଶୀତ ଋତୁ ରେ ଦେଶବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କର ଆଗମନରେ ପାରାଦୀପ ପିପିଏଲ୍ ସାର କାରଖାନା ପରିସର ସୌନ୍ଦର୍ଯ୍ୟ ଭରା ପରିବେଶ ସୃଷ୍ଟି ହେଉଛି। ଏହି ବିଦେଶାଗତ ପକ୍ଷୀ ମାନେ କିପରି ସୁସ୍ଥ ପରିବେଶ ରେ ଜୀବନଯାପନ କରି ପାରିବେ ଏଥି ନେଇ କମ୍ପାନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଧାରଣ ତଃ କମେନଟିଲ, ଭିଜେନ ଡକ୍, ନରଦେନ ପିଟଂଲ, ପୋଚାର୍ଡ ସଭଲର, ବାଲିଅନ୍ସ କ୍ରେକ୍ ସମେତ ୪୭ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ସମାଙ୍ଗମ ହୋଇଥିବା ଜଣାପଡିଛି। ଏହି ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରୀତ ହେଉଛି ପାରାଦ୍ଵୀପ ର ପିପିଏଲ ସାର କାରଖାନା ପରିସର ସମେତ କୁଜଙ୍ଗ, ଏରସମା ଓ ବାଲିକୁଦା ବ୍ଲକ ଅଞ୍ଚଳ।

Video Thumbnail
Share
Advertisement
Read More