କେନ୍ଦୁଝର ଜିଲ୍ଲା ଟାଉନ ଥାନା ଏନ ଏଚ ୨୦ ନିହାଲ ସିଂ ଛକ ଓଭର ବ୍ରିଜ ତଳ ସାମଲ ଅଟୋ ସମ୍ମୁଖରେ ସିରିଜ ଟ୍ରକ ଦୁର୍ଘଟଣା ଘଟି ୭ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଯୋଗ୍ୟ ଯେ କୋଲକତା ଆଭିମୁଖେ ଯାଉଥିବା ଏକ ପିଗ ଆଇରନ ବୋଝେଇ ଟ୍ରକ ର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକଟି ଦ୍ରୁତ ଗତିରେ ମାଡି ଚାଲିଲା । ଟ୍ରକ ଡ୍ରାଇଭର ବଡ ପାଟିରେ ରାସ୍ତା ଛାଡ଼ ବ୍ରେକ ଫେଲ ହେଇ ଯାଇଛି କହୁଥାଏ । ତା ସତ୍ତ୍ୱେ ବି ଟ୍ରକଟି ୩ ଟି ଟ୍ରକ ଓ ୩ ଟି ବାଇକ କୁ ଧକ୍କା ଦେଇଥିଲା । ବାଇକ ଗୁଡିକ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଁଚି ୭ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର କୁ ଧରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବା ବେଳେ ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
More Videos
More Videos
More Videos
More Videos
More Videos