Videos

ଶ୍ରୀମନ୍ଦିର ଭିତରେ ଫଟୋ କିମ୍ୱା ଭିଡିଓ ସୁଟ୍ କଲେ ମିଳିବ ଦଣ୍ଡ; ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ବୈଠକ ଶେଷ ହୋଇଛି । ଯେଉଁଥିରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ନିକଟରେ କିଛି ପ୍ରସ୍ତାବ ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଜାଣତରେ କେହି ଫଟୋ କିମ୍ୱା ଭିଡିଓ ଉତ୍ତୋଳନ କଲେ ମିଳିବ ଦଣ୍ଡ । ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାକୁ ଉପସ୍ଥାପନ କରାଯିବ। ଚାରୋଟି ବିନ୍ଦୁ ଉପରେ ଯାହା ପ୍ରସ୍ତାବ ରହିବ ସରକାରଙ୍କୁ ସୁପାରିଶ କରାଯିବ। ଶ୍ରୀମନ୍ଦିର ଆଇନର ସଂଶୋଧନ କରିବା ପାଇଁ ଦିଆଯିବ। ପ୍ରଥମ ବିନ୍ଦୁରେ ଯଦି କୌଣସି ବ୍ୟକ୍ତି ଅନଧିକୃତ ଭାବେ କୋଣସି ମୋବାଇଲ ଫୋନ୍ ବା କ୍ୟାମେରା କି ଇଲେକ୍ଟ୍ରୋନିକସ ଡିଭାଇସ୍ ବ୍ୟବହାର କରୁଛନ୍ତି ଯଦି ମୋବାଇଲ ଫୋନ୍ ଜାଣତରେ ବ୍ୟବହାର କରୁଛନ୍ତି କି ଶ୍ରୀଜୀଉମାନଙ୍କର କି ପାର୍ଶ୍ଵଦେବାଦେବୀଙ୍କର ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ। ବର୍ତ୍ତମାନ ୧୦୦୦ଟଙ୍କା ଜୋରିମାନା ଏନେଇ ରହିଛି। ଦ୍ୱିତୀୟ ବିନ୍ଦୁ ହେଉଛି କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ଣ କରିବେନି,ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କରିବେନି, ଯଦି ଏଭଳି ହୁଏ କଠୋର ଦଣ୍ଡବିଧାନ ହେବ ଏପରିକି ଯାମିନି ମଞ୍ଜୁର କିମ୍ବା ନାମଞ୍ଜୁର ସହ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପାଇଁ ପ୍ରସ୍ତାବ ଦିଆଯିବ। ତୃତୀୟ ବିନ୍ଦୁ ହେଉଛି ଅନଧିକୃତ ଭାବେ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନ ନାମଞ୍ଜୁର ପାଇଁ ପ୍ରସ୍ତାବ। ଚତୁର୍ଥ ବିନ୍ଦୁ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୫୫ ଅର୍ନଗତ ଦଣ୍ଡବିଧାନ ହୋଇପାରିବ। ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ। ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲାପାଳ ଶ୍ରୀମନ୍ଦିର ବାଟାଲିୟନ କମାନ୍ଦଣ୍ଟ ଓ ଶ୍ରୀମନ୍ଦିର ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାକୁ ଉପସ୍ଥାପନ କରାଯିବ। ଚାରୋଟି ବିନ୍ଦୁ ଉପରେ ଯାହା ପ୍ରସ୍ତାବ ରହିବ ସରକାରଙ୍କୁ ସୁପାରିଶ କରାଯିବ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More