Videos

Dr Narayani Panda: ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା, ମହିଳା ମହାବିଦ୍ୟାଳୟ ନାଁରେ କରିଦେଲେ ଉଇଲ

ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା | ନିଜ ସମ୍ବଲପୁର ସ୍ଥିତ ଭୁତା ପଡା ଠାରେ ରହିଥିବା ତାଙ୍କର ବହୁମୂଲ୍ୟ ଦୁଇ ମହଲା କୋଠା କୁ ସେ ମହିଳା ମହାବିଦ୍ୟାଳୟ ନାଁ ରେ ଉଇଲ କରି ଦାନ କରିଦେଇଛନ୍ତି |ଏବେ ସେଠାରେ ଛାତ୍ରୀ ମାନେ ମାଗଣା ରେ ରହୁଛନ୍ତି | ବହୁ ସମୟ ପୂର୍ବରୁ ସେ କିଛି ଛାତ୍ରୀ ଙ୍କୁ ତାଙ୍କ ଘରେ ରଖିଥିଲେ | କିନ୍ତୁ ଏବେ ସେ ସମ୍ବଲପୁର ମହିଳା ମହାବିଦ୍ୟାଳୟ କୁ ନିଜର ଆଠ ଡ଼ିସିମିଲ ଜାଗା ରେ ଅବସ୍ଥିତ ଦୁଇ ମହଲା କୋଠା କୁ ଦାନ କରିଦେଇଛନ୍ତି | ସୂଚନା ଥାଉ କି ପୂର୍ବରୁ ସେ ୩୦ ଲକ୍ଷ ଟଙ୍କା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁ ଦାନ କରିଥିଲେ |ଯାହା କି ଆଜି ତାଙ୍କ ର ଚି଼ହ୍ନ ସ୍ୱରୂପ ସେହି ପରିସରରେ ଡାକ୍ତର ନାରାୟଣୀ ପଣ୍ଡା IT ସେଣ୍ଟର ଭାବରେ ଦଣ୍ଡାୟମାନ | ଏବେ ସେ ପୁଣି ଥରେ ନିଜର ଦୁଇ ମହଲା କୋଠା କୁ ମଧ୍ୟ ଦାନ କରିଦେଇଛନ୍ତି |

Video Thumbnail
Share
Advertisement
Read More