Videos

Ratha Yatra Security: ସୁରକ୍ଷା ବଳୟରେ ପୁରୀ, ୨ଶହ ପ୍ଲାଟୁନ ଫୋର୍ସଙ୍କ ସହ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ

Ratha Yatra: ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ୨ଶହ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ କରାଯାଇଛି । ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି । ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ସମୁଦ୍ର ପଥ ସୁରକ୍ଷା କୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି । ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହର ରେ ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି। ସେପଟେ ରଥକୁ ଅଣସେବାୟତ ଓ ମୋବାଇଲ ଧରି ଚଢିଲେ ତାକୁ ଜଗିବା ପାଇଁ ଗଠନ ହୋଇଛି ତିନି ରଥ ପାଇଁ ତିନି ଶୋଧ ଦଳ । ନନ୍ଦିଘୋଷ ରଥ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ୨୩ ଜଣିଆ, ତାଳଧ୍ବଜ ରଥ ପାଇଁ ଏସପିଙ୍କ ନେତୃତ୍ବରେ ୨୩ ଜଣିଆ ଓ ଦର୍ପଦଳନ ରଥ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ୨୪ ଜଣିଆ ଶୋଧ ଦଳ ନଜର ରଖିବେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More