Videos

Kalyan Banerjee: କିଏ ଏହି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ? ଯିଏ ରାଜ୍ୟସଭା ସ୍ପିକରଙ୍କ କରିଥିଲେ ମିମିକ୍ରି

ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ମଙ୍ଗଳବାର ସକାଳୁ ଚର୍ଚ୍ଚାରେ ରହିଛନ୍ତି। ମମତା ବାନାର୍ଜୀଙ୍କ ଦଳର ଏହି ସାଂସଦ, ସଂସଦ ବାହାରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ନକଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କଲ୍ୟାଣ ବାନାର୍ଜୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋମବାର ଦିନ ବିରୋଧି ଦଳର କିଛି ସାଂସଦଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଲୋକସଭାରୁ ବାଚସ୍ପତି ନିଲମ୍ବିତ କରିଥିଲେ। ମଙ୍ଗଳବାର ମଧ୍ୟ କିଛି ସାଂସଦ ନିଲମ୍ବିତ ହୋଇଥିଲେ। ଏହି ନିଲମ୍ବନକୁ ବିରୋଧ କରି ବିରୋଧୀ ସାଂସଦମାନେ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଲ୍ୟାଣ ଉପ ରାଷ୍ଟ୍ରପତିଙ୍କ ମିମିକ୍ରି କରିଥିଲେ। ଯାହାର ମଜା ସାଥି ସାଂସଦ ନେଉଥିଲେ। ଭିଡିଓରେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଦେଖାଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କଲ୍ୟାଣ ବାନାର୍ଜୀ ଧନଖଡଙ୍କ ଅଙ୍ଗଭଙ୍ଗୀ ଓ କଥା କହିବା ଶୈଳୀକୁ ନକଲ କରୁଛନ୍ତି। ରାହୁଲ ଗାନ୍ଧି ଠିଆ ହୋଇ କଲ୍ୟାଣ ବାନାର୍ଜୀଙ୍କ ଏହି ମିମିକ୍ରିର ଭିଡିଓ ତିଆରି କରୁଥିବାରୁ ଏହା ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ନକଲ କରିଥିବା କଲ୍ୟାଣ ବାନାର୍ଜୀଙ୍କ ବିଷୟରେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More