ସୋମବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହା ସହିତ ରାମଲାଲାର ଅନେକ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ରାମଲାଲା ହଳଦିଆ ରଙ୍ଗର ବସ୍ତ୍ରରେ ନଜର ଆସୁଛନ୍ତି। ଏହାପୂର୍ବରୁ ପ୍ରାଣ ପ୍ରତିଷ୍ଠା ସହ ଜଡିତ ରୀତିନୀତି କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ସଂଗଠନର ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ୟୁପି ସି ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ତେବେ ଏହି ଉତ୍ସବରେ ସାମିଲ ହୋଇଥିଲେ ବଲିଉଡ ଓ ଟଲିଉଡ ଦୁନିଆର ଅନେକ ସେଲିବ୍ରିଟି । ଏହି ଅବସରରେ ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀ କହିଛନ୍ତି ଯେ, ଏହି ଉତ୍ସବରେ ସାମିଲ ହୋଇ ବହୁତ ଧନ୍ୟ ମନେ କରିଛି।
More Videos
More Videos
More Videos
More Videos
More Videos