ଏ ଝିଅ ଉଠୁ ଏ ଝିଅ ତୁ ଉଠୁନୁ କାହିଁକି...ହସ୍ପିଟାଲ ବେଡରେ ଏମିତି ତୁନି ହୋଇ ଶୋଇପଡ଼ିଥିବା କୁନି ଝିଅକୁ ଡାକୁଛି ତାର ମା...ଯିଏ ଅନ୍ତର ଫାଡ଼ି ଜନ୍ମ ଦେଇଥିଲା ସେ କେମିତିବା ସହିବ ଯେ, ତା ଝିଅ ଆଉ ଏ ଦୁନିଆରେ ନାହିଁ...କେତେବେଳେ ପେଟ ଆଉଁସି ଦଉଛି କେତେବେଳେ ହାତ ଗୋଡକୁ ପୋଛି ଦଉଛି...ସବୁଦିନ ସକାଳୁ ମା ଯେମିତି ଗେହ୍ଲା କରି ଉଠେଇଦିଏ କାଳେ ଏମିତି ଗେହ୍ଲା କଲେ ମୋ ଝିଅ ଉଠିଯିବ କି...ଏଇ କଥା ଭାବି ଭାବି ଛାତିପିଟି ମୁଣ୍ଡ ପିଟି କାନ୍ଦୁଛି ମା...ହେଲେ କୁନି ଝିଅଟି ଆଜି ଭାରି ଅଝଟ...ମାର ଆକୁଳ ଚିତ୍କାର ଶୁଣିକି ବି ତା ନିଦ ଭାଙ୍ଗୁନି...ତାର ବା ଦୋଷ କଣ...ଦଇବ ତ ସାହା ହେଲାନି...ସବୁଦିନ ପରି ଆଜି ବି ଝିଅ ଯାଇଥିଲା ଅଙ୍ଗନବାଡି ହେଲେ କିଏ ଜାଣିଥିଲା ଆଜି ଶବ ହୋଇ ଫେରିବ ଏହି କଅଁଳ ଜୀବନଟି...ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡି଼ହି ବ୍ଲକରେ ସୋସୋ ଥାନା ଅଧିନ ଆତୁରିକଣା ଗାଁରେ... ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହିସାହି ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଥିବା ଏହି କାଳ ପୋଖରୀ ନେଇଯାଇଛି ତିନି ତିନୋଟି କଅଁଳ ଜୀବନ...ପୋଖରୀ ନିକଟରେ ୩ଜଣ ଶିଶୁ ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ...ସ୍ଥାନୀୟ ଲୋକେ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ...ଆଉ ଏ ହେଉଛି ତା ପରର ଦୃଶ୍ୟ... କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ, ତାଙ୍କର କଅଁଳ ଜୀବନ ଏମିତି ଛାଡ଼ିଚାଲିଯିବ....
More Videos
More Videos
More Videos
More Videos
More Videos