ମାୟାଧର ପରିଡ଼ାରୁ ମୀରା ପରିଡ଼ା। ଏବେ ସମସ୍ତଙ୍କର ମୀରା ମା’। ଏ ପରିଚୟ ପାଇଁ ତାଙ୍କୁ କରିବାକୁ ପଡ଼ିଥିଲା ଅନେକ ସଂଘର୍ଷ। ସହିବାକୁ ପଡ଼ିଥିଲା କେତେ ନିନ୍ଦା, ଅପବାଦ। ଦିନେ ପରିଚୟ ପାଇଁ ସଂଘର୍ଷ କରୁଥିବା ମୀରା ପରିଡ଼ା ଏବେ ସମାଜରେ ଜଣେ ପ୍ରତିଷ୍ଠିତ ଚେହେରା ପାଲଟିଛନ୍ତି। କିନ୍ନର ସମାଜର ପରିଚିତ ଚେହେରା ମୀରା ପରିଡ଼ା। କେବଳ ନିଜ ପାଇଁ ନୁହେଁ ଅନେକ କିନ୍ନରଙ୍କ ପାଇଁ ତାଙ୍କର ଲଢ଼େଇ। ତେବେ ନିଜ ସୋସିଆଲ ମିଡିଆ ପେଜରେ ସବୁବେଳେ ସକ୍ରିୟ ରହିଥାନ୍ତି ମୀରା ମା...ଏକ ସମ୍ବଲପୁରୀ ଗୀତରେ ସେ ଜବରଦସ୍ତ ଠୁମକା ଲଗାଇଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ କହିଛନ୍ତି ଲଭ ୟୁ ମୀରା ମା...
More Videos
More Videos
More Videos
More Videos
More Videos