Videos

Varsha Priyadarshini: ଗୋଟିଏ ମଞ୍ଚରେ ଏକାଠି ହେଲେ ସବ୍ୟସାଚୀ, ଅର୍ଚ୍ଚିତାଙ୍କ ସହ ବର୍ଷା ପ୍ରିୟଦର୍ଶିନୀ

Varsha Priyadarshini: ଯାଜପୁର କାଳିପୂଜାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ଭୟଙ୍କର ଭିଡ। ଆଉ ଏହି ମଞ୍ଚରେ ଉପସ୍ଥିତ ରହିଥିଲେ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଏହାର ଏକ ଭିଡିଓ ସେୟାର କରି ବର୍ଷା କ୍ୟାପସନ ଲେଖିଛନ୍ତି ଯେ, ମା ବିରଜାଙ୍କ ମାଟି, ଐତିହ୍ୟ ସଂପନ୍ନ ଯାଜପୁର ସହରର, କିଆନାଳୀ କୂଳ ପୂଜା କମିଟି ଦ୍ବାରା ଆୟୋଜିତ କାଳୀପୂଜାରେ ସାମିଲ ହେବାର ସୌଭାଗ୍ୟ ମିଳିଲା। ମୋତେ ନିମନ୍ତ୍ରଣ କରିଥିବାରୁ ପୂଜା କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ। ସବୁ ଗୁରୁଜନ, ମା-ମାଉସୀ, ଭାଇ-ଭଉଣୀମାନଙ୍କୁ ମୋର ପ୍ରଣାମ। ମା ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଥିଥାନ୍ତୁ, ଏତିକି ପ୍ରାର୍ଥନା।

Video Thumbnail
Share
Advertisement
Read More