ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୪ର୍ଥ ପର୍ଯ୍ୟାୟ ଜୁନ୍ ୧ତାରିଖକୁ ପାରାଦୀପ ରହିଛି। ଏହି ପରିପ୍ରେକ୍ଷିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର କରିଥିବା ବେଳେ ପାରାଦୀପ ବିଜୁ ମଇଦାନରେ ଆୟୋଜିତ ଜନସଭାରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ। ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ଜୁଲାଇ ମାସରୁ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ।
More Videos
More Videos
More Videos
More Videos
More Videos