ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଲେ 5t ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ଭୋର ପ୍ରାୟ ସାଢେ ୪ଟାରେ ପୁରୀରେ ପହଞ୍ଚିଥିଲେ। ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଥିଲେ। ପରିକ୍ରମା ମାର୍ଗରେ ଅନ୍ତଃପ୍ରଦକ୍ଷିଣ କରୁଥିବା ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରିକ୍ରମା ପ୍ରକଳ୍ପରେ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଓ ପରେ ଏହାର ସ୍ଥିତି ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମିକ୍ଷା କରିଥିଲେ। ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥାନ୍ତି।
More Videos
More Videos
More Videos
More Videos
More Videos