ଜାନୁଆରୀ ୨୨ ତାରିଖ ସୋମବାର ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଦୀପାବଳି ଭଳି ଏକ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ନିଜର ସରକାରୀ ବାସଭବନରେ ରାମ ଜ୍ୟୋତି ଜାଳିଥିଲେ ପ୍ରଧାନମନ୍ତ୍ରୀ।
More Videos
More Videos
More Videos
More Videos
More Videos