ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପକ୍ରିୟା। ରବିବାର ପୁରୀ ଗସ୍ତରେ ଆସି ପୁଲିସ ଡିଜି ସୁଧାଂଶୁ ଷଡଙ୍ଗୀ ଏସପି ପିନାକ ମିଶ୍ର ଓ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ସହ ଜଡିତ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ୱାର ଖୋଲିବା ନେଇ ସ୍ଥିତି ପରଖିଛନ୍ତି।। ତେବେ ଚାରିଦ୍ୱାର ଖୋଲିବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। ନିର୍ଦ୍ଦେଶ ମିଳିଲେ କାର୍ଯ୍ଯକାରୀ କରାଯିବ ବୋଲି ଜଣାପଡିଛି। ସେପଟେ ଆସନ୍ତା କାଲି ଅପରାହ୍ନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ତାପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ଚାରି ଦ୍ୱାର ଖୋଲିବା ପୂର୍ବରୁ ସିଂହଦ୍ଵାର ଭଳି ଜିକଯାକ ବ୍ୟାରିକେଡ,ଜୋତା ଷ୍ଟାଣ୍ଡ ଆଦି କରାଯିବ। ।ଆବଶ୍ୟକ ସ୍ଥଳେ ଯେଭଳି ସିଂହଦ୍ୱାରରେ ରୋକା ଯାଉଛି ଭକ୍ତଙ୍କୁ ସେଭଳି ଏହି ଦ୍ୱାର ମାନଙ୍କରେ ଦର୍ଶନ ବନ୍ଦ ଥିବା ସମୟରେ ନିତି। ରୋକାଯିବ।
More Videos
More Videos
More Videos
More Videos
More Videos