Hindi News >>Home >>Zee Odisha

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତି ଏକ ଜମି କିଣିଥିଲେ। ସେହି ଜମିର ମୂଲ୍ୟାୟନ ପାଇଁ ସେ ଗାଙ୍ଗପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

Advertisement
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଲାଞ୍ଚ ନେବାବେଳେ ଧରାପଡ଼ିଲେ
Zee Odisha Desk|Updated: Jun 26, 2024, 11:48 AM IST
Share

ଭୁବନେଶ୍ଵର: ଜମି ମୂଲ୍ୟାୟନ ପାଇଁ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ ଜାରି ରହିଛି। ତେବେ ରାଜସ୍ବ ନିରୀକ୍ଷକଙ୍କର କେତେ ସମ୍ପତି ଅଛି ତାହା ସ୍ପଷ୍ଟ ହୋଇନାହିଁ। ଚଢ଼ଉ ଜାରି ରହିଛି। ତେବେ ପୂର୍ବରୁ ଅନେକ ଥର ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। 
ଅଭିଯୋଗ ଅନୁସାରେ, ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତି ଏକ ଜମି କିଣିଥିଲେ। ସେହି ଜମିର ମୂଲ୍ୟାୟନ ପାଇଁ ସେ ଗାଙ୍ଗପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ହେଲେ ଏହି କାର୍ଯ୍ୟ ପାଇଁ ରାଜସ୍ବ ନିରୀକ୍ଷକ ଶ୍ରୀ ଗୋଡ଼ ୭ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଘଟଣାକୁ ନେଇ ଆବେଦନକାରୀ ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଯୋଜନାବଧ ଭାବେ ତାଙ୍କୁ ଧରିବାକୁ ଭିଜିଲାନ୍ସ ପ୍ରୟାସ ଆରମ୍ଭ କରିଥିଲା। ଆବେଦନକାରୀ ଜଣଙ୍କ ଗାଙ୍ଗପୁର ରାଜସ୍ବ କାର୍ଯ୍ୟାଳୟକୁ ଯାଇ ନିରୀକ୍ଷକଙ୍କ ଦାବି ମୁତାବକ ତାଙ୍କୁ ୭ହଜାର ଟଙ୍କା ଦେଇଥିଲେ। ଏହି ସମୟରେ କାର୍ଯ୍ୟାଳୟ ନିକଟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ରାଜସ୍ବ ନିରୀକ୍ଷକ ଗୌଡ଼କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲାରୁଜ୍ଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଜିଲୁଣ୍ଡି ସ୍ଥିତ ବାସଭବନରେ ଚଢ଼ଉ କାରି ରହିଛି। ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ନିକଟରେ ଯାଞ୍ଚ ହେବ ବୋଲି ସୂଚନା ମିଳିଛି। 

Read More
{}{}