Hindi News >>Home >>Weather

Weather Updates: ପ୍ରବଳ ବର୍ଷାରେ ଉବୁଟୁବୁ ପୁରୀ, ବନ୍ଦ ହେଲା ସ୍କୁଲ

ପୁରୀ: ଲଘୁଚାପ କାରଣରୁ ଆଜି ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏପରିକି ଦିନ ତମାମ ଏହି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଦୁର୍ଘଟଣାକୁ ଆଶଙ୍କା କରି ଆଜି ପୁରୀ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେପଟେ ପୁରୀର କିଛି ଅଞ୍ଚଳରେ ଭୀଷଣ ବର୍ଷା ହେବା ନେଇ ପାଣି

Advertisement
Weather Updates: ପ୍ରବଳ ବର୍ଷାରେ ଉବୁଟୁବୁ ପୁରୀ, ବନ୍ଦ ହେଲା ସ୍କୁଲ
Prabhudatta Moharana|Updated: Sep 26, 2024, 12:13 PM IST
Share

Weather Updates: ପୁରୀ: ଲଘୁଚାପ କାରଣରୁ ଆଜି ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏପରିକି ଦିନ ତମାମ ଏହି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଦୁର୍ଘଟଣାକୁ ଆଶଙ୍କା କରି ଆଜି ପୁରୀ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେପଟେ ପୁରୀର କିଛି ଅଞ୍ଚଳରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି। ଏହାକୁ ଦୃଷ୍ଟି ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସ୍କୁଲ ସହ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏଠାରେ କହି ରଖୁ କି ବୁଧବାର ଘୂର୍ଣ୍ଣିବଳୟ ଛତିଶଗଡ ଓ ଆଖପାଖ ଅଞ୍ଚଳ ଉପରେ ଥିଲା।  ଏହା ପ୍ରଭାବରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ  ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଛି।  ବୁଧବାର ସକାଳେ ସାଢେ ୮ଟାରୁ ସଂନ୍ଧ୍ୟା ୫ଟା ଭିତରେ ତାଳଚେରରେ ୧୫୫ ମିଲିମିଟର  ବର୍ଷା ହୋଉଛି।  କେନ୍ଦୁଝରରେ ୮୪.୪ ମିମି, ଅନୁଗୁଳରେ ୬୦, ଭଦ୍ରକରେ ୪୨.୨,  ପାରାଦ୍ବୀପରେ ୩୧.୩,  ବାରିପଦାରେ ୩୦.୨,  ଢେଙ୍କାନାଳରେ ୨୭.୪, ରାଉରକେଲାରେ  ୨୬.୪ ମିମି ବର୍ଷା ରେକର୍ଡ଼ ହୋଇଛି। ପାଣିପାଗ ବିଶେଷଜ୍ଞ ଡ. ଶରତ  ଚନ୍ଦ୍ର ସାହୁଙ୍କ  ପୂର୍ବାନୁମାନ କରିଛନ୍ତି ଯେ, ବର୍ତ୍ତମାୱ ୨ ଦିନ ପାଣ ଆଂଶିକ ମେଘୁଆ ରହିବ। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଶୁକ୍ରବାର ଠାରୁ ବର୍ଷାର ପରିମାଣ କମିବ। ପରେ ବେଳେବେଳେ ପାଗ ଖରାଟିଆ ସହ କିଛି ବର୍ଷା ହୋଇପାରେ। 

Read More
{}{}