Hindi News >>Home >>Weather

Cyclone Remal: ବାତ୍ୟା ‘ରେମାଲ’କୁ ନେଇ ବଡ଼ ଅପଡେଟ୍, ଏହି ୪ଟି ଜିଲ୍ଲା ପାଇଁ ଆଲର୍ଟ ଜାରି

Cyclone Remal: କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ରାଜସ୍ୱ। ବିପର୍ଯ୍ୟୟ ପରିଚାଳନା ଉପରେ IMDର ପୂର୍ବାନୁମାନ ସହିତ ସତ୍ୟବ୍ରତ ସାହୁ ଉତ୍ତର-ଉପକୂଳବର୍ତ୍ତୀ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗୁଆ ଆଲର୍ଟ କରାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ଓ ମୟୁରଭଞ୍ଜ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।

Advertisement
Cyclone Remal: ବାତ୍ୟା ‘ରେମାଲ’କୁ ନେଇ ବଡ଼ ଅପଡେଟ୍, ଏହି ୪ଟି ଜିଲ୍ଲା ପାଇଁ ଆଲର୍ଟ ଜାରି
Priyambada Rana|Updated: May 24, 2024, 07:32 PM IST
Share

Cyclone Remal: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ(Low Pressure) କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଏକ ସାମୁଦ୍ରିକ ବାତ୍ୟା ‘ରେମାଲ’ରେ ରୂପାନ୍ତରିତ ହୋଇ ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା(Khepupada) ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) କହିଛି।

ଏ ନେଇ କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ରାଜସ୍ୱ। ବିପର୍ଯ୍ୟୟ ପରିଚାଳନା ଉପରେ IMDର ପୂର୍ବାନୁମାନ ସହିତ ସତ୍ୟବ୍ରତ ସାହୁ ଉତ୍ତର-ଉପକୂଳବର୍ତ୍ତୀ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗୁଆ ଆଲର୍ଟ କରାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ଓ ମୟୁରଭଞ୍ଜ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।

ପାଣିପାଗ ବିଭାଗ କହିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୮୦ ରୁ ୧୦୦ କିଲୋମିଟର ଏବଂ ବାଂଲାଦେଶରେ ଘଣ୍ଟା ପ୍ରତି ୧୦୦କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ମେ ୨୬ ରୁ ୨୭ ରେ ପଶ୍ଚିମବଙ୍ଗ, ଉତ୍ତର ଓଡି଼ଶା, ମିଜୋରାମ, ତ୍ରିପୁରା ଏବଂ ଦକ୍ଷିଣ ମଣିପୁରର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି। ମେ ୨୫ ରେ (ଶନିବାର) ଏକ ଗଭୀର ଅବପାତ ଏବଂ ମେ ୨୬ ରେ ପ୍ରବଳ ଘୂର୍ଣ୍ଣିବଳୟ ଝଡ଼ରେ ତୀବ୍ର ହେବାର ସମ୍ଭାବନା ରହିଛି । କୋଲକାତା, ହାୱଡା, ନାଦିଆ, ଝାଡଗ୍ରାମ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗମା ଏବଂ ପୂର୍ବ ମେଦିନୀପୁର ଜିଲ୍ଲାରେ ହାଲୁକା ଏବଂ ମଧ୍ୟମ ବର୍ଷା ପାଇଁ IMD ଏକ ଅରେଞ୍ଜ ଆଲର୍ଟ ଜାରି କରିଛି । ସେହିପରି ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଓଡ଼ିଶା, ତ୍ରିପୁରା, ମଣିପୁର, ଆସା, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।

Read More
{}{}