Hindi News >>Home >>Weather

Dense Fog in Delhi Airport: ମୁହଁକୁ ମୁହଁ ଦିଶୁନି: ଦିଲ୍ଲୀରେ ୪୦୦ରୁ ଅଧିବ ବିମାନ ବିଳମ୍ବିତ, ୨୦ ବାତିଲ

ବିମାନ ବିଳମ୍ବିତ ହେବା ଆରମ୍ଭ କରି ତାହା ବ୍ୟାପକ ହେବାରେ ଲାଗିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ବି ଅନେକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଧାଡ଼ିରେ ରହିଛନ୍ତି।

Advertisement
Dense Fog in Delhi Airport: ମୁହଁକୁ ମୁହଁ ଦିଶୁନି: ଦିଲ୍ଲୀରେ ୪୦୦ରୁ ଅଧିବ ବିମାନ ବିଳମ୍ବିତ, ୨୦ ବାତିଲ
Zee Odisha Desk|Updated: Jan 15, 2024, 06:45 AM IST
Share

Dense Fog: ଭୁବନେଶ୍ୱର: ଦିଲ୍ଲୀ ବିମାନ ବନ୍ଦରରେ କୁହୁଡ଼ିର ଆସ୍ତରଣ ଉଭୟ ବିମାନ କମ୍ପାନୀ ଓ ଯାତ୍ରୀଙ୍କୁ ନାକେଦମ କରିଛି। ଭୋର ୩ଟାରୁ ସକାଳ ସାଢ଼େ ୧୦ଟାଯାଏ ଦୃଶ୍ୟମାନ ଶୂନ ହୋଇଯାଉଥିବାରୁ ବାଧ୍ୟ ହୋଇ ନିର୍ଦ୍ଧାରିତ ବିମାନକୁ ବାତିଲ ବା ବିଳମ୍ବ କରିବାକୁ ବାଧ୍ୟ ହେଉଛନ୍ତି କର୍ତ୍ତୃପକ୍ଷ। ଏଥିଯୋଗୁ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦୦ ବିମାନକୁ ବିଳମ୍ବରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଖାଲି ସେତିକି ନୁହେଁ ବିମାନ ଚଳାଚଳ କମ୍ପାନୀ ନିର୍ଦ୍ଧାତିତ ୨୦ ବିମାନକୁ ବାତିଲ କରିଥିବା ବେଳେ ୨୦ଟିକୁ ଅନେକ ବିଳମ୍ବରେ ଚଳାଇଛନ୍ତି। 

ଯଦିଓ ଦିନ ୧୨ଟା ପରେ ଦିଲ୍ଲିରେ ଖରା ସାମାନ୍ୟ ପଡ଼ି ଦୃଶ୍ୟମାନ ବଢ଼ୁଛି କିନ୍ତୁ ପୂର୍ବ ପ୍ରଭାବ ହେତୁ ବିମାନସବୁ ବିଳମ୍ବିତ ଚାଲୁଥିବା ସ୍ପଷ୍ଟ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଦିଲ୍ଲୀ ବିମାନ ବନ୍ଦର କୁହୁଡ଼ି ଯୋଗୁ ଏଥର ସର୍ବାଧିକ ପ୍ରଭାବିତ ହୋଇଛି। ଦିଲ୍ଲୀ ଆସୁଥିବା ୧୦ ବିମାନକୁ ଉଠାରେ ଅବତରଣ କରି ନପାରି ଜୟପୁରୁ ଫେରି ଯିବାକୁ ଅନୁମତି ଦିଆଯାଇଛି। ପାହାନ୍ତା ସାଢ଼ ଚାରିଟା ପରେ ସ୍ଥିତି ଗମ୍ଭୀର ହେଉଥିବା ଜଣାପଡ଼ିଛି। ଗଲା ତିନିଦିନ ହେଲା ଏହି ସମସ୍ୟା ଲାଗି ରହିଛି। 

ଗତକାଲି ଦିଲ୍ଲୀ ବିମାନବନ୍ଦର ଓ୍ବେବସାଇଟ୍‍ରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୨୦୦ ବିମାନ ବିଳମ୍ବିତ ହୋଇଛି। ୧୦ ଟିକୁ ବାତିଲ କରାଯାଇଛି। ବିମାନ ବନ୍ଦରର ବ୍ୟବସ୍ଥା ଅନୁସାରେ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିଲେ ବି ବିମାନ ଅବତରଣ କରିପାରିବ। କିନ୍ତୁ ଯେତେବେଳେ ରନଓ୍ୱେରେ ଦୃଶ୍ୟମାନତା ୧୨୫ ମିଟର ତଳକୁ ଖସିବ ସେତେବେଳେ ଉଡ଼ାଣକୁ ଅନୁମତି ଦିଆଯାଇ ନପାରେ। ଏଣୁ ବିମାନ ବିଳମ୍ବିତ ହେବା ଆରମ୍ଭ କରି ତାହା ବ୍ୟାପକ ହେବାରେ ଲାଗିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ବି ଅନେକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଧାଡ଼ିରେ ରହିଛନ୍ତି।

Read More
{}{}