Hindi News >>Home >>Weather

Fog in Delhi: ଉତ୍ତର ଭାରତରେ ଘନ କୁହୁଡ଼ି, ୧୦ ରାଜ୍ୟରେ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ତମାମ ଦେଶରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ନିଆଁ ଜାଳି ଏହି ହାଡ଼ ଭଙ୍ଗା ଜାଡ଼ରୁ ନିଜକୁ ରକ୍ଷା କରୁଛନ୍ତି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆଜି ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜାନୁଆରୀ ୨୮ ପର୍ଯ୍ୟନ୍ତ ଘନ

Advertisement
Fog in Delhi: ଉତ୍ତର ଭାରତରେ ଘନ କୁହୁଡ଼ି, ୧୦ ରାଜ୍ୟରେ ବର୍ଷା ଆଶଙ୍କା
Zee Odisha Desk|Updated: Jan 25, 2024, 09:41 AM IST
Share

Fog in Delhi: ନୂଆଦିଲ୍ଲୀ: ତମାମ ଦେଶରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ନିଆଁ ଜାଳି ଏହି ହାଡ଼ ଭଙ୍ଗା ଜାଡ଼ରୁ ନିଜକୁ ରକ୍ଷା କରୁଛନ୍ତି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆଜି ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜାନୁଆରୀ ୨୮ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମା ଅସନ୍ତୁଳିତ ବାୟୁ ପ୍ରବାହ ଏବେ ସକ୍ରିୟ ରହିଛି। ଫଳରେ ଆଜି ଠାରୁ ଅର୍ଥାତ ୨୫ ତାରିଖରୁ ୨୮ ଜାନୁଆରୀ ପର୍ୟ୍ୟନ୍ତ ହିମାଳୟର ପାର୍ବତ୍ୟାଞ୍ଚଳରୁ ତୁଷାରପାତ ଓ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ୨୮ ତାରିଖ ବେଳକୁ ପାହାଡ଼ିଆ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଦିଲ୍ଲୀ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶରେ ଘନ କୁହୁଡ଼ି ମଧ୍ୟ ଦେଖାଯିବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି। ୨୮ ଜାନୁଆରୀ ବେଳକୁ ବିହାରରେ ଶୀତର ମାତ୍ରା ଆହୁରି ପ୍ରକୋପ ହେବ। ପାରଦ ହ୍ରାସ ପାଇ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ମଧ୍ୟରେ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 

୬ ରାଜ୍ୟରେ ଏମିତି ରହିବ ପାଣିପାଗ
ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ୨୬ ରୁ ୨୮ ଜାନୁଆରୀ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟାରେ ଘନ କୁହୁଡ଼ି ଦେଖାଦେବ। ଏହି ସମୟରେ ଭିଜିବିଲିଟି ୫୦ ମିଟର ରହିବ ବୋଲି ଜଣାପଡ଼ିଛି। ରାଜସ୍ଥାନ ପଶ୍ଚିମାଞ୍ଚଳରେ ଆଜି ଅର୍ଥାତ ୨୫ ତାରିଖ ରାତିରେ ମଧ୍ୟ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପଞ୍ଜାବର କିଛି ଅଞ୍ଚଳରେ ୨୬ ଜାନୁଆରୀରେ ଶୀତର ମାତ୍ରା ଆହୁରି ବଢିବ। ଶୀତର ପ୍ରକୋପ ଆହୁରି ବଢିବ ବୋଲି ସମ୍ଭାବନା ରହିଛି। ହରିଆଣା ଚଣ୍ଡିଗଡ଼ର କିଛି କିଛି ଅଞ୍ଚଳରେ ଶୀତର ମାତ୍ରା ବଢିବ ବୋଲି ଜଣାପଡ଼ିଛି। ସେହିପରି ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶର ଉତ୍ତରଭାଗ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରାରେ ମଧ୍ୟ ଥଣ୍ଡାର ମାତ୍ରା ବଢିବ ବୋଲି ସୂଚନା ରହିଛି। 

Read More
{}{}