Home >>Weather

Weather Update: ଆଜି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ସୂଚନା ଜାରି କଲା ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ...

Advertisement
Weather Update: ଆଜି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ସତର୍କ ସୂଚନା ଜାରି କଲା ବିଭାଗ
Narmada Behera|Updated: Sep 11, 2024, 06:37 AM IST
Share
Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଜାରି ରହିବ। ଆଜି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। 
 
 
 
 
ସେହିପରି, ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩ ରୁ ୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି।  ଗତକାଲି, ନୂଆପଡ଼ାରେ ସର୍ବାଧିକ ୧୩୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ୧୦୨.୬ ମିମି, ଟିଟିଲାଗଡ଼ରେ ୫୯.୪ ମିମି, କୋରାପୁଟରେ ୫୮.୮ ମିମି, ବଲାଙ୍ଗୀରରେ ୪୩.୫ ମିମି ଓ ହୀରାକୁଦରେ ୩୯.୮ ମିମି ବର୍ଷା ରେକର୍ଡ଼ କରାଯାଇଛି। 
 
ସେପଟେ, ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ରୁ ଏ-ଯାବତ ୯୩୮. ୭ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୭ ପ୍ରତିଶତ ନିଅଁଣ୍ଟିଆ  ବର୍ଷା ରହିଛି । ୧୦୦୯.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 
 
Read More
{}{}