Hindi News >>Home >>Weather

Weather Update: ରାଜ୍ୟରେ ଜାରି ଝିପିଝିପି ବର୍ଷା, ଅସ୍ତବ୍ୟସ୍ତ କରୁଛି କୋହଲା ପାଗ

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ବର୍ଷା ସାଙ୍ଗକୁ 

Advertisement
Weather Update: ରାଜ୍ୟରେ ଜାରି ଝିପିଝିପି ବର୍ଷା, ଅସ୍ତବ୍ୟସ୍ତ କରୁଛି କୋହଲା ପାଗ
Zee Odisha Desk|Updated: Jan 22, 2024, 09:14 AM IST
Share

Weather Update: ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଝିପିଝିପି ବର୍ଷା ଶୀତକୁ ଆହୁରି ବଢାଇ ଦେଇଛି। ରବିବାର ଠାରୁ ଦକ୍ଷିଣ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଗୁରୁଚାପ ବଳରେ ରାଜ୍ୟରେ ବର୍ଷା ଲାଗି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୁରୁଚାପ ବଳୟ ପ୍ରଭାବରେ ବର୍ଷା ଲାଗି ରହିଛି। 

ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ ତାରିଖ ଯାଏଁ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି। ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ କୋହଲା ପାଗ ଲାଗି ରହିଛି। ଏହା ସହିତ ଉଭୟ କଟକ ଓ ଭୁବନେଶ୍ୱର ଝିପିଝିପି ବର୍ଷାରେ ଭିଜିବାରେ ଲାଗିଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହେବାରେ ଲାଗିଛି।

Read More
{}{}