Home >>Weather

Monsoon: ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ କେରଳ ଛୁଇଁବ

ପାଣିପାଗ ବିଭାଗ କହିଛି ଯେ ବାତ୍ୟା ରେମାଲ ଦୁର୍ବଳ ହେଉଛି। ଉତ୍ତର ବଙ୍ଗୋପସାଗରରେ ପ୍ରବଳ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଦିଗକୁ ଗତି କରିଛି। ଏହି ବାତ୍ୟା ବାଂଲାଦେଶ ଅତିକ୍ରମ କରି ପଶ୍ଚିମବଙ୍ଗର ମୋଙ୍ଗଲାର ଦକ୍ଷିଣ-ପଶ୍ଚିମ ନିକଟ ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଦେଇ ଯାଇଛି। ବର୍ତ୍ତମାନ ଧୀରେ ଧୀରେ ଏହାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି।

Advertisement
Monsoon: ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ କେରଳ ଛୁଇଁବ
Prabhudatta Moharana|Updated: May 27, 2024, 11:31 AM IST
Share

Monsoon: ନୂଆଦିଲ୍ଲୀ: ଉତ୍ତର ଭାରତରେ ଏବେ ଭୀଷଣ ଗରମ ପଡ଼ୁଛି। କିନ୍ତୁ ଦକ୍ଷିଣ ଭାରତରେ ଏହାର ସମ୍ପୂର୍ଣ୍ଣ ଓଲଟା ପାଣିପାଗ ଜାରି ରହିଛି। ଦକ୍ଷିଣ ଭାରତରେ ଖୁବ ଶୀଘ୍ର ମୌସୁମୀ ପ୍ରବେଶ କରିବାକୁ ଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ସମୟ ପୂର୍ବରୁ ମୌସୁମୀ ଦେଶରେ ପ୍ରବେଶ କରିବାକୁ ଯାଉଛି। ଫଳରେ ଦେଶବାସୀଙ୍କୁ ଏହି ଭୀଷଣ ଗରମରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ଏକ ବଡ଼ ଅପଡେଟ ପ୍ରଦାନ କରିଛି। 

ମୌସୁମୀ ପ୍ରଥମେ କେରଳରେ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ପ୍ରତିବର୍ଷ ଜୁନ୍ ୧ରୁ ଜୁନ୍ ୪ ମଧ୍ୟରେ ମୌସୁମୀ କେରଳରେ ପ୍ରବେଶ କରିଥାଏ। କିନ୍ତୁ ଚଳିତ ବର୍ଷ ଆଗାମୀ ୪ ତାରିଖ ମଧ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ବାବଦରେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀର ପ୍ରବେଶ ଶୀଘ୍ର ନୁହେଁ। ତେବେ ମୌସୁମୀ ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଯେ ଆଣ୍ଡାମାନ ଓ ନିକୋବରରେ ସ୍ୱାଭବିକ ସମୟର ତିନି ଦିନ ଆଗରୁ ଗତ ୧୯ ତାରିଖରୁ ମୌସୁମୀ ପହଞ୍ଚି ସାରିଛି। ଏଠାରୁ ମୌସୁମୀ ବାୟୁ ଆଗକୁ ବଢି କେରଳରେ ଦେଶ ମଧ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ। ଏହାପରେ ମହାରାଷ୍ଟ୍ରରେ ପ୍ରବେଶ କରିଥାଏ। ଏଠାରେ ଜୁନ ୧୦ରୁ ଚଳିତ ବର୍ଷ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ସିକ୍କିମରେ ୨୭ କିମ୍ବା ୨୮ ମେରୁ ବର୍ଷା ଆରମ୍ଭ ହେବ। ସେହିପରି ଅରୁଣାଚଳ ପ୍ରଦେଶରେ ୨୭,୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏହି ସବୁ ରାଜ୍ୟରେ ରେମାଳର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। 

Read More
{}{}